ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦେଶର ସୁରକ୍ଷା ପାଇଁ ଜଣେ ସୈନିକ ପ୍ରତିଶ୍ରୁତିବଦ୍ଧ ଥାଏ। ନିଜ ଗାଁ ମାଟିକୁ ଛାଡି ଚାଲିଯାଏ, ଦେଶମାତୃକାର ସେବା ପାଇଁ। କେବଳ ମନରେ ଗୋଟିଏ ଉଦ୍ଦେଶ୍ୟ ଥାଏ, ଦେଶକୁ କିଭଳି ଶତ୍ରୁ ଆକ୍ରମଣରୁ ରକ୍ଷା କରିବ। ପରିବାରଠୁ ଦୂରେଇ ଯାଇ ଦେଶ ପ୍ରେମରେ ପାଗଳ ଥାଏ ଯବାନ। ପ୍ରେମିକାକୁ ଚିଠି ଲେଖେ ଓ ଦେଶପ୍ରେମ କଥା କୁହେ ସୈନିକ। ଏହିକ୍ରମରେ ଏମିତି ଜଣେ ସୈନିକ ଅଛନ୍ତି, ଯିଏ ମରିକି ବି ଦେଶର ସେବା କରୁଛନ୍ତି। ଏମିତି ଜଣେ ସୈନିକର ନାମ ହେଉଛି ହରଭଜନ ସିଂ। ଯିଏ ସିକିମ ସୀମାରେ ଆଜିବି ଦେଶ ସେବାରେ ନିୟୋଜିତ। ସେ ସହିଦ ସୀମାରେ ତାଙ୍କର ଏକ ମନ୍ଦିର ମଧ୍ୟ ନିର୍ମିତ ହୋଇଛି। ଭାରତୀୟ ସୈନିକମାନେ ତାଙ୍କୁ ଦେଖିବା ପାଇଁ ଯାଆନ୍ତି। ତାଙ୍କର ସାହସ ଆଗରେ ଶତ୍ରୁ ଭୟଭୀତ ହୁଏ।
ଚୀନରୁ ରଚାଯାଉଥିବା ଷଡଯନ୍ତ୍ର ବାବଦରେ ଏହି ସହିଦ ସୈନିକ ପୂର୍ବାନୁମାନ ଲଗାଇ ନିଅନ୍ତି ବୋଲି ମାନ୍ୟତା ରହିଛି। ବାବା ହରଭଜନ ସିଂଙ୍କ ଆତ୍ମାକୁ ନେଇ ଚୀନ ସୈନିକଙ୍କ ହୋସ ଉଡିଯାଏ। ତାଙ୍କର ମନ୍ଦିରକୁ ଗଲେ ଲାଗେ କି ସେ ସେଠାରେ ସର୍ବଦା ବିଦ୍ୟମାନ ହେଇ ଅଛନ୍ତି। ଭାରତୀୟ ସେନାର ଅନେକ ସୈନିକ ମଧ୍ୟ ଏଭଳି ରୋଚକ କଥା କହନ୍ତି। ଭାରତ ଓ ଚୀନର କୌଣସି ବୈଠକ ହେଲେ ଏହି ସହିଦ ସୈନିକଙ୍କ ପାଇଁ ଗୋଟିଏ ଚୌକି ସବୁବେଳେ ଖାଲି ରଖାଯାଏ। ତାଙ୍କୁ ତାଙ୍କର ପାଉଣା ବି ମିଳେ ଓ ସେ ବୋର୍ଡରେ ନିଜର କର୍ତ୍ତବ୍ୟ ବି କରନ୍ତି।
ସେ ନିରନ୍ତର ନିଜର ଡ୍ୟୁଟିକୁ ସୁଚାରୁରୂପେ ତୁଲାଇ ଥାଆନ୍ତି। ପୂର୍ବରୁ ଏହି ସହିଦ ସୈନିକ ସାଧାରଣ ସୈନିକ ଭଳି ଛୁଟିରେ ଯାଉଥିଲେ। ମାତ୍ର ଆପତ୍ତି ହେବାରୁ ସେ ବର୍ଷର ସବୁ ସମୟରେ କର୍ତ୍ତବ୍ୟ କରୁଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରତିଦିନ ମନ୍ଦିରରେ ତାଙ୍କ ପାଇଁ ବିଛଣା ମଧ୍ୟ ଲାଗେ। ବାବା ହରଭଜନ ସିଂ ଜଣେ ସାଧାରଣ ସୈନିକ ଭଳି ଜୀବନଯାପନ କରନ୍ତି। ଭାରତୀୟ ସେନାର ବର୍ଦି ସହ ଜୋତା ମଧ୍ୟ ତାଙ୍କ ପାଇଁ ରହିଛି ମନ୍ଦିରରେ।
ବାବା ହରଭଜନ ସିଂଙ୍କ ଜନ୍ମ ୩୦ ଅଗଷ୍ଟ ୧୯୪୬ ମସିହାରେ ହୋଇଥିଲା। ସେ ଭାରତୀୟ ସେନାରେ ମାତ୍ର ୨ ବର୍ଷ କାର୍ଯ୍ୟ କରିଥିଲେ। ସିକିମରେ ଏକ ଘଟଣାରେ ସେ ସହିଦ ହୋଇ ଯାଇଥିଲେ। ବାବା ହରଭଜନ ସିଂ ନଦୀ ପାର ହେଉଥିବା ସମୟରେ ଦୁ-ର୍ଘ-ଟ-ଣାର ଶିକାର ହୋଇଥିଲେ। ନଦୀ ପାଣିର ତୀବ୍ରତା ତାଙ୍କୁ ମାରି ଦେଇଥିଲା। ମାତ୍ର ମରିକି ସେ ସହିଦ ହୋଇ ଯାଇଥିଲେ। ସେ ଏବେ ୪୮ ବର୍ଷ ହେବ ଭାରତର ସେବା କରୁଛନ୍ତି।