ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭୁବନେଶ୍ବରରେ ମହିଳା ସାମ୍ବାଦିକା ମଧୁମିତାଙ୍କ ଆ-ତ୍ମ-ହ-ତ୍ୟା ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। ବାୟୁସେନା ଅଧିକାରୀ ଏ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଛନ୍ତି। ମଧୁମିତାଙ୍କ ସ୍ବାମୀ ତଥା ଗିରଫ ଅଭିଯୁକ୍ତ ଶ୍ରୀଧର ଜେନା ବାୟୁସେନାରେ ଚାକିରି କରିଥିବାରୁ କମିଶନରେଟ୍ ପୋଲିସ ପାଖରୁ ଶ୍ରୀଧରଙ୍କ କେସ୍ ସମ୍ପର୍କିତ ତଥ୍ୟ ନେଇଛନ୍ତି ଅଧିକାରୀ।
ଶ୍ରୀଧରଙ୍କ ଫୋନ୍ ଫରେନ୍ସିକ୍ ଲ୍ୟାବ୍କୁ ପଠାଯିବ ବୋଲି କମିଶନରେଟ୍ ପୋଲିସ କହିଛି। ଶ୍ରୀଧରଙ୍କ କେତେ ଝିଅଙ୍କ ସହ ସମ୍ପର୍କ ଥିଲା ଏହା ପରେ ସ୍ପଷ୍ଟ ହୋଇଯିବ। ତେବେ ଜଣାପଡିଛି ଯେ ୱାଟସପ୍ ରୁ କିଛି ମେସେଜ ଶ୍ରୀଧର ଡିଲିଟ ମାରିଛି। ଆଉ ଶ୍ରିଧର ଜେନାର ସେହି ୱାଟସପ୍ ମେସେଜ ଡିଲିଟ କୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଘଟଣାର ତଦନ୍ତ ଚାଲିଥିବା ବେଳେ ଶ୍ରୀଧର ଓ ମଧୁମିତାଙ୍କ ମୋବାଇଲକୁ ଫରେନସିକ ଲାବକୁ ପଠାଯିବ ।
ଶ୍ରୀଧର କେତେଜଣଙ୍କ ସହ ପ-ର-କୀ-ୟା ସମ୍ପର୍କ ରଖିଛି ସେନେଇ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ଭୁବନେଶ୍ବର ଡିସିପି ପ୍ରତୀପ ସିଂ କହିଛନ୍ତି । ତଦନ୍ତରେ ଯେଉଁମାନଙ୍କ ସଂପୃକ୍ତି ରହିଛି ସେମାନଙ୍କୁ ପଚରାଉଚରା କରାଯିବ । ଆବଶ୍ୟକ ପଡିଲେ ମଧୁମିତାଙ୍କ ସାଙ୍ଗଙ୍କୁ ଡାକି ତଥ୍ୟ ସଂଗ୍ରହ କରିବ କମିଶନରେଟ ପୋଲିସି । ସେପଟେ ଆଜି ବାପୁଜି ନଗରରୁ ମିଳିଛି ମଧୁମିତାଙ୍କ ସ୍କୁଟି । ଏକ ଧଳା ରଙ୍ଗର ସ୍କୁଟି ଜବତ କରିଛି ଧଉଳି ଥାନା ପୋଲିସ ।
ମଧୁମିତା ଆ-ତ୍ମ-ହ-ତ୍ୟା କରିବା ପରଠାରୁ ସ୍କୁଟିକୁ ନେଇ ଉଠିଥିଲା ଅନେକ ପ୍ରଶ୍ନ । ସ୍କୁଟି କିଏ ନେଲା ତାହାକୁ ନେଇ ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଆଜି ସକାଳୁ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ସ୍କୁଟିକୁ ଜବତ କରି ଥାନାକୁ ନେଇଛି । ଶେଷ ଥର ପାଇଁ ଆତ୍ମହତ୍ୟା କରିବାକୁ ଯିବା ସମୟରେ ମଧୁମିତା ସ୍କୁଟିରେ ଯାଉଥିବା ସିସିଟିଭିରେ ଜଣାପଡିଥିଲା । କିନ୍ତୁ ମୃ-ତ୍ୟୁ ପରେ ସ୍କୁଟି ମିଳିନଥିଲା ।