Jun 11, 2024, 17:27 IST

ଦେଖନ୍ତୁ ନିର୍ବାଚନରେ ହାରିବା ପରେ ପ୍ରଥମ ଥର ମୁଁହ ଖୋଲିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କହିଲେ କିଛି ଏମିତି କଥା

Ff

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଣ ସବୁ କହିଛନ୍ତି ତାହା ଜାଣିପାରିବେ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜେଡି ଦଳ ପକ୍ଷରୁ ନିର୍ବାଚନ ଲଢ଼ିବାକୁ ମଇଦାନକୁ ଓହ୍ଲାଇଥିଲେ । ସେ ବଡଚଣା ଅଞ୍ଚଳରେ ବିଧାୟିକା ପ୍ରାର୍ଥୀ ଭାବରେ ଛିଡ଼ା ହୋଇଥିଲେ । ଆଉ ଏବେ ସେ ହାରି ଯାଇଛନ୍ତି ।
Gg
ନିର୍ବାଚନ ହାରିବା ପରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ପ୍ରତିକ୍ରିୟା ଦେଇଛନ୍ତି । କାହାକୁ ସେ ଟାର୍ଗେଟ କରି କିଛି କଥା କହିଛନ୍ତି । ନିର୍ବାଚନ ହାରିବା ପରେ ପ୍ରଥମଥର ମୁହଁ ଖୋଲିଲେ ବର୍ଷା ପ୍ରିୟଦର୍ଶିନୀ । ନିନ୍ଦା ଅପବାଦକୁ ନେଇ ଏଭଳି କିଛି କହିଲେ ବର୍ଷା । ସେ କହିଲେ ସଫଳ ବ୍ୟକ୍ତି ସହିତ ଏଭଳି କିଛି ହୋଇଥାଏ । ସେ ବିଜେଡି ଦଳରୁ ବିଧାୟିକା ପ୍ରାର୍ଥୀନୀ ଭାବରେ ଛିଡ଼ା ହୋଇଥିଲେ ଆଉ ବହୁ ବ୍ୟବଧାନରେ ହାରି ଯାଇଥିଲେ । ଆଉ ଏହାପରେ ସେ ନୀରବ ରହିଥିଲେ ଆଉ ଏବେ ମୁହଁ ଖୋଲିଛନ୍ତି । 
Bb
ବର୍ଷା ପ୍ରିୟଦର୍ଶିନୀ ହରିଗଲେ ଆଉ ବିଜେପି ପ୍ରାର୍ଥୀ ଅମର ଜିତି ଯାଇଥିଲେ । ଏହାପରେ ବର୍ଷାଙ୍କ ନାଁରେ ଅନେକ କଥା ଶୁଣିବାକୁ ମିଳିଥିଲା । ଆଉ ଏବେ ଏଭଳି କିଛି ପୋଷ୍ଟ କରି ଲେଖିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସେ ଲେଖିଛନ୍ତି, ନକାରାତ୍ମକତା ଦ୍ଵାରା ପ୍ରଭାବିତ ହେଲେ ଜୀବନରେ କେହି ଆଗକୁ ବଢ଼ିପାରିବେ ନାହିଁ । ଜଣେ ଯେତେ ପ୍ରସିଦ୍ଧ, ସଫଳ ଓ ଜୀବନରେ ଯେତେ ଆଗକୁ ବଢିବ ସେ ସେତେ ନିନ୍ଦା, ଅପବାଦ ଓ ମିଥ୍ୟା ପ୍ରଚାରର ଶିକାର ହେବ । ଏହାକୁ ଉପହାର ଭାବି ଆଗକୁ ବଢ଼ି ଚାଲିବା ଉଚିତ୍ । ଜୀବନରେ କେବେ ଧର୍ଯ୍ୟହରା ହେବା ଉଚିତ୍ ନୁହେଁ । 
ସଫଳ ବ୍ୟକ୍ତିର ହିଁ ବିରୋଧୀ ଥାଆନ୍ତି । କେବେବି ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୁଅନ୍ତୁ ନାହିଁ । ସଂଘର୍ଷରୁ ଶକ୍ତ ଓ ମହାନ୍ ବ୍ୟକ୍ତିତ୍ଵ ଜନ୍ମ ନେଇଥାଏ । ଏଭଳି ଅନେକ କଥା ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏବେ ବର୍ଷାଙ୍କ ଏହି ପୋଷ୍ଟକୁ ନେଇ ଆଲୋଚନା ହେଉଥିବା ବେଳେ ସେ କାହାକୁ ଟାର୍ଗେଟ କରି ଏଭଳି ଲେଖିଛନ୍ତି ଏହାକୁ ନେଇ ଏବେ ଚର୍ଚ୍ଚା ଆଉ ଅନେକ ପ୍ରଶ୍ନ ଆସୁଛି । ବର୍ଷା ପ୍ରିୟଦର୍ଶିନୀ ଜିତିବେ ବୋଲି ଲୋକମାନେ ଆଶାବାଦୀ ଥିଲେ କିନ୍ତୁ ସେ ପରାଜୟ ଲାଭ କରିଥିଲେ । ଆଉ ଏହାପରେ ଏବେ ଏହି ସବୁ କଥା ସାମ୍ନାକୁ ଆସିଛି ।

Advertisement