ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ବିଷାକ୍ତ ମଦ ପିଇ କଣ ସବୁ ହେଉଛନ୍ତି ଏହାକୁ ନେଇ ଏବେ ଖବର ଆସିଛି । ପୁଣି ଗାଁ ଦାଣ୍ଡରେ ଖଇ କଉଡ଼ି ବିଞ୍ଚାଗଲା । ରାମ ନାମ ସତ୍ୟ ହେ ଶବ୍ଦରେ ସାହି ପଡିଶା ଥରି ଉଠିଲା । କାନ୍ଦ ବୋବଳିରେ ପୁରା ଗାଁ ଫାଟି ପଡ଼ିଲା । ମାଆ କୋଳକୁ ଖାଲି କରି ପୁଣି ଗୋଟିଏ ପୁଅ ଚାଲିଗଲା । ପୁଣି ଏବେ ଅନାଥ ହୋଇଗଲା ଗୋଟିଏ ପରିବାର ।
ଲୋକମାନେ ମଦ ଯେତେ ମନା କରିବା ପରେ ମଧ୍ୟ ପିଇ ଥାଆନ୍ତି । ଆଉ ଲୋକମାନେ ଏହି ମଦ ବିନା ବଞ୍ଚି ପାରୁ ନାହାଁନ୍ତି । ଏବେ ଏହି ମଦକୁ ନେଇ ଆସିଛି କିଛି ଖବର । ବିଷାକ୍ତ ମଦ ପିଇ ଚାଲିଗଲା ଆଉ ଜଣେ ବ୍ୟକ୍ତିଙ୍କ ଜୀବନ । ଏବେ ବିଷାକ୍ତ ମଦ ପିଇ ପୁଣି ଜଣେ ବ୍ୟକ୍ତି ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଆଉ ଏବେ ଏହି ଘଟଣା ବ୍ରହ୍ମପୁର ସହରରେ ଘଟିଛି । ବ୍ରହ୍ମପୁର ଏମ କେ ସିଜିରେ ଏହି ଘଟଣା ଘଟିଛି । ମୃ-ତ-କ ଜଣକ ବିଷାକ୍ତ ମଦ ପିଇ ଚିକିତ୍ସାଧୀନ ଅବସ୍ଥାରେ ଥିଲେ ।
ଆଉ ଆଜି ତାଙ୍କର ଦେହାନ୍ତ ହୋଇଛି । ଏହି ବ୍ୟକ୍ତି ଜଣକ ନାମ ହେଉଛି, ଲକ୍ଷ୍ମଣ ବେହେରା । ବିଳମ୍ବିତ ରାତିରେ ଏହି ବ୍ୟକ୍ତି ଜଣଙ୍କୁ ମୃ-ତ ଘୋଷଣା କରାଯାଇଛି । ଏହି ବ୍ୟକ୍ତି ଜଣଙ୍କୁ ମୃ-ତ ଘୋଷଣା କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଏହି ବ୍ୟକ୍ତି ଜଣକ ସବୁବେଳେ ମଦ ପିଇ ଥାଆନ୍ତି । ଆଉ ଏବେ ସେ ବିଷାକ୍ତ ମଦ ପିଇ ଘରକୁ ଆସିବା ପରେ ତାଙ୍କର ପେଟ ଯନ୍ତ୍ରଣା ହୋଇଥିଲା । ଆଉ ଏହାପରେ ତାଙ୍କୁ ପାଖ ଡାକ୍ତରଖାନା ଟିଯିଟିକୁ ନେଇ ଯାଇଥିଲେ । ଏହାପରେ ତାଙ୍କୁ ଅଲଗା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ଆଉ ଏବେ ତାଙ୍କର ମୃ-ତ୍ୟୁ ଖବର ଆସିଛି । ପୂର୍ବରୁ ଏହି ବିଷାକ୍ତ ମଦ ପିଇ ଦୁଇଜଣଙ୍କର ଦେହାନ୍ତ ହୋଇଥିବା ବେଳେ ଏବେ କିଛି ଲୋକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ମଦ ମୃତ୍ୟୁ ସଂଖ୍ୟା ତିନିକୁ ପହଞ୍ଚିବା ବେଳେ ଚାରିଜଣ ବ୍ୟକ୍ତି ଏବେ ଏମ କେ ସିଜି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଆଉ ଏବେ ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବର୍ତ୍ତମାନ ବିଧାୟକ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ବୋଲି ସୂଚନା ମିଳିଛି । ଏବେ ଏନେଇ ଏହି ଖବର ଆସିଛି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।