ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ବୁଗୁଡା ପୋଷ୍ଟ ଅଫିସର ମହିଳା କର୍ମଚାରୀ ରଶ୍ମିତା ବେହେରା ବୟସ ହେଇଛି ୨୫। ଝୁଲନ୍ତା ମୃ-ତ-ଦେ-ହ ବୁଗୁଡ଼ା ଅରବିନ୍ଦ ନଗର ୨ୟ ଲାଇନରେ ଥିବା ଭଡା ଘରୁ ପୋଲିସ ଉଦ୍ଧାର କରିଛି l
ଆ-ତ୍ମ-ହ-ତ୍ୟାର କାରଣ ଜଣା ପଡିନଥିବା ବେଳେ ପୋଲିସ ରଶ୍ମିତାଙ୍କ ୪ ପୃଷ୍ଠାର ଏକ ହାତଲେଖା ଡାଏରୀ ଜବତ କରିଛି। ଗତ ରାତି ୯ଟା ସମୟରେ ସେ ଶେଷ କଲ ମଧ୍ୟ ରିସିଭ୍ କରିଥିବା ମଧ୍ୟ ଜଣା ପଡିଛି। ତେବେ ସେ କାହିଁକି ଆ-ତ୍ମ-ହ-ତ୍ୟା କଲେ ତାହା ଜଣା ପଡିନି। ତାଙ୍କ ପଡୋଶୀଙ୍କ ସୂଚନା ଅନୁସାରେ ରଶ୍ମିତା ଗତ ରାତିରେ ଖାଇପିଇ ଶୋଇଥିଲେ। ତେବେ ଆଜି ଅପରାହ୍ନ ୧ଟା ପର୍ଯ୍ୟନ୍ତ ତାଙ୍କ କବାଟ ଖୋଲା ନହେବାରୁ ପଡୋଶୀ ଘର କବାଟ ବାଡେଇ ଡାକିଥିଲେ।
ଏବଂ ତାଙ୍କ ମୋବାଇଲକୁ କଲ କରିଥିଲେ ହେଲେ କୌଣସି ଉତ୍ତର ନମିଳିବାରୁ ସନ୍ଧେହ ହେବା ଫଳରେ ଘର ମାଲିକକୁ ଡାକି ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ କବାଟ ଭାଙ୍ଗି ଭିତରେ ପଶିବା ପରେ ରଶ୍ମିତାଙ୍କ ମୃ-ତଦେହ ଦ୍ଵିତୀୟ ବଖରାର ଛାତ ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ରଶ୍ମିତା ନିର୍ବନ୍ଧରେ ପୁଅ ଘର ତରଫରୁ ମିଳିଥିବା ନୂଆ ଶାଢ଼ୀ ଓ ଚୁଡ଼ି ପନ୍ଧି ଏକ ନୂଆ ପ୍ଲାଷ୍ଟିକ ରସି ବାନ୍ଧି ଝୁଲି ପଡ଼ିଥିଲେ। ରଶ୍ମିତାଙ୍କ ନିଜ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି ନିକଟସ୍ଥ ସୋରଣ ଗ୍ରାମରେ।
ତାଙ୍କର ଦୁଇ ମାସ ତଳେ କୁହୁଡି ଗ୍ରାମର ଜଣେ ଯୁବକଙ୍କ ସହ ନିର୍ବନ୍ଧ ହୋଇ ସାରିଥିବା ବେଳେ ଗତ ୧୨ ତାରିଖରେ ବାହାଘର ପାଇଁ ସ୍ଥିର ହୋଇଥିଲା। ତେବେ କୌଣସି କାରଣ ବଶତଃ ବାହାଘର ସ୍ଥଗିତ ହୋଇ ଯାଇଥିଲା। ତେବେ ଆ-ତ୍ମ-ହ-ତ୍ୟାର କାରଣ ଜଣାପଡି ନଥିଲେ ବି ପୋଲିସ ଏକ ଅ-ପ-ମୃ-ତ୍ୟୁ ମାମଲା ରୁଜୁ କରିଛି। ତାଙ୍କ ପିତା ଗଙ୍ଗାଧର ବେହେରା ସନ୍ଧ୍ୟାରେ ପହଞ୍ଚିବା ପରେ ପୋଲିସ ତାଙ୍କର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାଯାଇଛି।