ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଏବେ ଆପଣମାନେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ମହିଳା ଏବେ ଅଭିଯୋଗ ଆଣିଛନ୍ତି । ମହିଳା ଜଣକ ତାଙ୍କ ସ୍ବାମୀଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଜଣେ ବିବାହିତା ମହିଳାଙ୍କ ପାଖରେ ଏବେ ତାଙ୍କ ସ୍ବାମୀ ନାହାଁନ୍ତି ସେ ତାଙ୍କ ଦୁଇ ଛୁଆଙ୍କୁ ନେଇ ଏବେ ରହୁଛନ୍ତି । ସେ ତାଙ୍କ ଜୀବନ ବିଷୟରେ କହିଛନ୍ତି ।
ଏହି ମହିଳା ଜଣଙ୍କର ସ୍ବାମୀ ତାଙ୍କୁ ଛାଡି ଦେଇ ଆଉ ଜଣେ ମହିଳାଙ୍କୁ ବିବାହ କରିଲେ । ସେତିକିରେ ବି ଏହି ସ୍ବାମୀ ଜଣଙ୍କର ମନ ଭରି ନଥିଲା ଯେ ପୁଣି ସେ ଆଉ ଜଣଙ୍କୁ ବିବାହ କରିଲେ । ଆପଣମାନେ ତ ଜାଣିଥିବେ ପୂର୍ବ ଯୁଗରେ ଅର୍ଥାତ୍ ରାଜାଙ୍କ ଅମଳରେ ରାଜାମାନେ ଦୁଇ ତିନି ଜଣ ଠାରୁ ବି ଅଧିକ ରାଣୀ ରଖୁଥିଲେ । ଆଉ ସେମାନଙ୍କ ଭିତରୁ ଜଣଙ୍କୁ ପାଟରାଣୀ କରୁଥିଲେ । ସେହିଭଳି ଏହି ଯୁବକ ଜଣକ ତିନି ଜଣଙ୍କୁ ବିବାହ କରିଛନ୍ତି । ଏହି ମହିଳା ଜଣଙ୍କୁ ତାଙ୍କ ସ୍ଵାମୀ ପଚାରୁ ନାହାଁନ୍ତି ।
ଏହି ମହିଳାଙ୍କ ସ୍ବାମୀ ଏହି ମହିଳାଙ୍କୁ ପ୍ରଥମ ବିବାହ କରିଥିଲେ । ଆଉ ତାଙ୍କର ବିବାହ ୧୫ ବର୍ଷ ହୋଇଗଲାଣି । ତାଙ୍କର ସ୍ବାମୀ ତାଙ୍କୁ ଛାଡ଼ିଦେଇ ପୁଣି ଏହି ଯୁବତୀଙ୍କ ବଡବାପା ଝିଅଙ୍କୁ ବିବାହ କରିଥିଲେ । ଏବେ ଏହି ସ୍ବାମୀ ଜଣକ କାହାକୁ ପଚାରୁ ନାହାନ୍ତି । ପୁଣି ଆଉ ଜଣେ ଯୁବତୀଙ୍କୁ ଏକ ମାସ ହେବ ବିବାହ କରିଛନ୍ତି । ଏହି ମହିଳାଙ୍କ ସ୍ବାମୀଙ୍କ ନାଁରେ ଥାନାରେ ମଧ୍ଯ ସେ ଅଭିଯୋଗ କରିଛନ୍ତି । ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ପ୍ରଥମ ସ୍ତ୍ରୀ ଜଣଙ୍କର ଦୁଇଟି ଝିଅ ଆଉ ଦ୍ଵିତୀୟ ସ୍ତ୍ରୀ ଜଣଙ୍କର ଗୋଟିଏ ପୁଅ ଅଛି ।
ସେ ସମସ୍ତଙ୍କୁ ଛାଡି ଆଉ ଜଣେ ଝିଅକୁ ବିବାହ କରିଛନ୍ତି । ଏହି ଝିଅକୁ ଅନେକ ବୁଝାଇଥିଲେ ପ୍ରଥମ ଆଉ ଦ୍ଵିତୀୟ ସ୍ତ୍ରୀ । କିନ୍ତୁ ସେ କିଛି ନବୁଝି ତାଙ୍କୁ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀ ଜଣକ ଭୁବନେଶ୍ଵରରେ ଘର କାମ କରି ନିଜ ଛୁଆଙ୍କୁ ପୋଷଣ କରୁଛନ୍ତି । ଏବେ ସେ ସମାଜସେବୀ ଶୁଭଲକ୍ଷ୍ମୀ ମ୍ୟାଡାମଙ୍କ ପାଖରେ ପହଞ୍ଚି ନ୍ୟାୟ ଦାବି କରିଛନ୍ତି । ଏହି ଯୁବକ ଜଣକ ତିନି ତିନୋଟି ଝିଅର ଜୀବନ ବରବାଦ୍ କରିଛନ୍ତି । ଆଉ ସେ ଜେଲ ଦଣ୍ଡ ପାଆନ୍ତୁ ବୋଲି ପ୍ରଥମ ସ୍ତ୍ରୀ ଜଣକ କହିଛନ୍ତି । ଏହିଭଳି ସ୍ବାମୀ ଠାରୁ ସିନ୍ଦୂର ପିନ୍ଧି କିଛି ଲାଭ ନାହିଁ ବୋଲି ପ୍ରଥମ ସ୍ତ୍ରୀ ଜଣକ କହିଛନ୍ତି । ଏବେ ସେ ତାଙ୍କ ଘର ଚଳାଉଛନ୍ତି । ସେ ଝିଅମାନଙ୍କୁ କହିଛନ୍ତି ଦୟାକରି କାହାର ଜୀବନ ଏଭଳି ନଷ୍ଟ କରନାହିଁ ଆଉ କାହାର ପରିବାର ଭାଙ୍ଗନ୍ତୁ ନାହିଁ । ଏଭଳି ଅନେକ କଥା ଏହି ମହିଳା ଜଣକ କହିଛନ୍ତି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଶୁଣିପାରିବେ ।