ବଡ଼ ଓଷାରେ ମନ୍ଦିରକୁ ଯିବେ ବୋଲି ରାତିରୁ ଦୁଇ ଭାଇଙ୍କ ଆଖିରେ ନିଦ ନଥିଲା। ସେମାନେ ଭାରି ଖୁସୀ ଥିଲେ ଦୁଇ ଭାଇ କେମିତି ରାତି ପାହିବ ଆଉ କେମିତି ସେମାନେ ଗାଧୋଇ ପାଧୋଇ ମନ୍ଦିର ଯିବେ। ରାତି ମଧ୍ୟ ପାହି ଗଲା ଆଉ ସକାଳୁ ସକାଳୁ ମନ୍ଦିରକୁ ଯିବା ପାଇଁ ଗାଁ ପୋଖରୀକୁ ଗାଧୋଇବା ପାଇଁ ବାହାରି ପଡ଼ିଥିଲେ। ତାଙ୍କ ମନରେ ଥିଲା କି ସେମାନେ ଠାକୁରଙ୍କ ପାଖକୁ ଯିବେ ଆଉ ସେଠାରେ କେତେ କଣ ମାଗିବେ।
ହେଲେ ଅଧାରେ ରହିଗଲା ତାଙ୍କର ସବୁ ଖୁସୀ। ପୋଖରୀ କୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିଲେ ନାହିଁ ଦୁଇ ଭାଇ। ଆଉ ସେମାନେ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ଆଉ ସେମାନେ ଦୌଡି ଯାଇ ପୋଖରୀ ପାଖରେ ଦେଖିଲା ବେଳକୁ ତାଙ୍କର ଚପଲ ପଡ଼ିଛି ହେଲେ ଦୁଇ ଭାଇ ଆଉ ସେଠାରେ ନାହାଁନ୍ତି। ତାହାପରେ ସେଠାରେ ଅନେକ ଖୋଜାଖୋଜି କରିବା ପରେ,
ପୋଖରୀ ଭିତରୁ ଉଦ୍ଧାର ହୋଇଥିଲା ମୃ-ତ-ଦେହ। ଯାହାକୁ ଦେଖି ବାପା ମାଆ ଓ ପରିବାର ଲୋକଙ୍କର ଛାତି ଫାଟି ପଡୁଛି। କାନ୍ଦ ବୋବାଳି ରେ ଏବେ ଉଠୁଛି ପଡ଼ୁଛି ପୂରା ଅଞ୍ଚଳ। ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା, କାମାକ୍ଷାନଗର ଠାରେ। ଜଣେ ଯୁବକର ବୟସ ୭ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣକୁ ୮ ବର୍ଷ ହୋଇଥିବା ଜଣା ପଡ଼ିଛି। ବଡ଼ ଓଷା ପାଇଁ ଦୁଇ ଭାଇ ମନ୍ଦିର ଯିବେ ବୋଲି ଗାଁ ପୋଖରୀ କୁ ଗାଧେଇ ବାକୁ ଯାଇଥିଲେ।
ଏହି ସମୟରେ ଅସାବଧାନତା କାରଣରୁ ଉଭୟଙ୍କର ଗୋଡ଼ ଖସି ଯାଇଥିଲା ଏହାପରେ ଉଭୟ ମିଶି ପାଣିରେ ବୁଡି ଯାଇଥିଲେ। ବିଳମ୍ବିତ ସମୟ ପର୍ଯ୍ୟନ୍ତ ଉଭୟ ଘରକୁ ନଫେରିବାରୁ ପରିବାର ଲୋକେ ଖୁବ୍ ଖୋଜାଖୋଜି କରିଥିଲେ। ହେଲେ ସେମାନଙ୍କୁ ପାଇ ନଥିଲେ। ଉଭୟଙ୍କୁ ପୋଖରୀ ରୁ ଉଦ୍ଧାର କରାଯାଇ ଡାକ୍ତରଖାନା ରେ ଭର୍ତ୍ତି କରାଯାଇ ଥିଲା। ଏହାପରେ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ।