Sep 11, 2024, 16:31 IST

ଦିତୀୟ ସ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଲେ ଅଭିନେତା ମନୋଜ ମିଶ୍ରଙ୍କ ପ୍ରଥମ ସ୍ତ୍ରୀ ଦେଖନ୍ତୁ କହିଲେ ବଡ଼ କଥା

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅଭିନେତ୍ରୀ ମମତା ନନ୍ଦଙ୍କୁ ବିବାହ କରିଛନ୍ତି ଅଭିନେତା ମନୋଜ। ବିବାହ ବେଳର ଫଟୋକୁ ମଧ୍ୟ ମନୋଜଙ୍କ ଦ୍ୱିତୀୟ ପତ୍ନୀ ମମତା ତାଙ୍କ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ପୂର୍ବରୁ ମନୋଜ ତାଙ୍କର ପ୍ରଥମ ସ୍ତ୍ରୀ ମାନା ମିଶ୍ରଙ୍କୁ ନିକଟରେ ଛାଡ଼ପତ୍ର ପ୍ରଦାନ କରିଥିଲେ। ପାରିବାରିକ କାରଣରୁ ସେ ତାଙ୍କୁ ଛାଡ଼ପତ୍ର ଦେଇଥିବା କହିଥିଲେ। ମାନା ଓ ମନୋଜଙ୍କର ପୂର୍ବରୁ ଏକ କନ୍ୟା ସନ୍ତାନ ରହିଛନ୍ତି। 
Hh
ସେହିପରି ଛାଡ଼ପତ୍ର ପରେ ମମତାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିବା ନେଇ ଓଲିଉଡ଼ ଜଗତରେ ଚର୍ଚ୍ଚା ଜୋର ଧରିଥିଲା। ତେବେ ନିକଟରେ ସେ କୋର୍ଟରେ ନ୍ୟାୟିକ ବ୍ୟବସ୍ଥା ଅନୁଯାୟୀ ମମତାଙ୍କୁ ମନୋଜ ବିବାହ କରିଥିଲେ। ବିବାହ ସମୟର ଫଟୋ ମନୋଜ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ତେବେ ବନ୍ଧୁଗଣ ଅଭିନେତା ମନୋଜ ମିଶ୍ର ଏବଂ ମମତା ନନ୍ଦଙ୍କ ବିବାହ ପରେ ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି ମନୋଜଙ୍କ ପ୍ରଥମ ପତ୍ନୀ ମାନା ମିଶ୍ର ଏବଂ ତାଙ୍କ ଭଉଣୀ। 
Bv
ମାନାଙ୍କ ଭଉଣୀ କହିଛନ୍ତି ଭବ୍ୟାକୁ ଓଡ଼ିଶାରେ ପଢିବାକୁ ଦେଉନଥିଲେ ମନୋଜ ମିଶ୍ର। ଆଉ ତାଙ୍କ ଆଗରେ ମନୋଜ୍ ମିଶ୍ର ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଥୁକନ୍ତି ବୋଲି କହିଛନ୍ତି। ମାନାଙ୍କ ଭଉଣୀ ମନୋଜ୍ ମିଶ୍ରଙ୍କୁ କହିଥିଲେ ଯେ, ଯଦି ବମ୍ବେ ରେ ଚଳିବାକୁ ପଇସା ପାଉନି, ତେବେ ଓଡିଶାରେ ସିରିଏଲ୍ କରିବା ପାଇଁ। ବମ୍ବେରେ ରହୁଥିବା ସମୟରେ ମାନା ମିଶ୍ରଙ୍କୁ ମନୋଜ୍ ମିଶ୍ର ନିର୍ଯାତନା ଦେଉଥିବା କଥା କହିଛନ୍ତି ମାନାଙ୍କ ଭଉଣୀ। ଆଉ ମାନାଙ୍କ ଭଉଣୀ କହିଛନ୍ତି ମନୋଜ୍ ମିଶ୍ରଙ୍କୁ ଉଦ୍ଦେଶ୍ୟ ହେଉଛି କେବଳ ଓଡ଼ିଶାର ଡନ ହେବା ପାଇଁ। 
କୌଣସି ନେତା-ମନ୍ତ୍ରୀ, ଅଭିନେତା ଅଭିନେତ୍ରୀଙ୍କୁ ମନୋଜ୍ ମିଶ୍ର ପସନ୍ଦ କରନ୍ତି ନାହିଁ। ମନୋଜ୍ ମିଶ୍ର ଚାହୁଁଥିଲେ ମାନାର ସବୁ ସମ୍ପତି ନେଇ ତାଙ୍କୁ ତଳିତଳାନ୍ତ କରିବା ସହ ନିର୍ଯାତନା ଦେଇ ପାଦତଳେ ରଖିବାକୁ। ଏଵଂ ମନୋଜ ମିଶ୍ରଙ୍କ ଦ୍ଵିତୀୟ ସ୍ତ୍ରୀଙ୍କୁ ଚେତାବନୀ ଦେଲେ ମାନା, ଆଉ ଭବ୍ୟା ପାଇଁ ଆଇନର ଆଶ୍ରୟ ନେବେ ବୋଲି ମାନା ମିଶ୍ର କହିଛନ୍ତି। ମାନା ମିଶ୍ର ଚାହୁଁଛନ୍ତି ଯେ, ତାଙ୍କର ଆଉ ତାଙ୍କ ଝିଅର ସ୍ଵାଧୀନତାରେ କୌଣସି ବାଧା ସୃଷ୍ଟି ନକରନ୍ତୁ। ଏବଂ ତାଙ୍କୁ ମନୋଜ ମିଶ୍ର ଶାନ୍ତିରେ ବଞ୍ଚିବାକୁ ଦିଅନ୍ତୁ ବୋଲି କହିଛନ୍ତି।

Advertisement