Oct 24, 2024, 17:22 IST

ଆଳୁ ୩ କିଲୋକୁ ୧୫୦ ଟଙ୍କା... ବାତ୍ୟା ପାଇଁ ନିୟନ୍ତ୍ରଣ ବାହାରେ ଆଳୁ

Vg

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବାତ୍ୟା ଆଶଙ୍କା ରେ ବର୍ତ୍ତମାନ ପରିବା ଦର ଆକାଶ ଛୁଆଁ ହେଲାଣି।ଆଳୁ ଦର ବର୍ତ୍ତମାନ ସମୟରେ ଆୟତର ବାହାରେ।ତିନି କିଲୋ ଆଳୁ କୁ ଆଗରୁ ୧୦୦ ଟଙ୍କା ନେଉଥିବା ବେଳେ ଏବେ ସେହି ତିନି କିଲୋ ଆଳୁ କୁ ୧୪୦ ରୁ ୧୫୦ ଟଙ୍କା ରେ ବିକ୍ରୀ ହେଉଛି।ବାତ୍ୟା ଭୟରେ ଲୋକମାନେ ମଧ୍ୟ ବ୍ୟସ୍ତ ବିବ୍ରତ ହୋଇ ଯାଇଛନ୍ତି।ଅସାଧୁ ବ୍ୟବସାୟୀ ମାନେ ମଧ୍ୟ ଏହାର ଫାଇଦା ଉଠାଇବା ରେ ଲାଗିଛନ୍ତି।
Gg
କଟକ କୃଷକ ବଜାର ରୁ ଏନେଇ ସୁଚନା ମିଳିଛି। ଆଳୁ ଓ ପିଆଜ ଦରରେ ଅହେତୁକ ପଇସା ବୃଦ୍ଧି ହେବାରେ ଲାଗିଛି। ଗତକାଲି ଠାରୁ ଆଜି ମଧ୍ୟରେ ଆକାଶ ପାତାଳ ର ଫରକ୍ ଦେଖିବାକୁ ମିଳିଛି। ଲୋକ ମାନେ ମଧ୍ୟ ନାହିଁ ନଥିବା ହଇରାଣ ହେଉଛନ୍ତି।କାରଣ ଏତେ ଟଙ୍କା ଜଣେ ସାଧାରଣ ଲୋକ ନିକଟରେ ନାହିଁ ଯାହା ଦ୍ବାରା ଏତେ ଦାମ ଦେଇ ସେ ନିଜ ପରିବାରର ପାଇଁ ପରିବା କିଣି ପାରିବେ। କଟକ କୃଷକ ବଜାରରେ ଲୋକ ମାନଙ୍କ ଭିଡ଼ ଲାଗିଥିଲା।
Bb
ବାତ୍ୟା ଆଶଙ୍କା ରେ ଏବେ ପରିବା ଦୋକାନରେ ମଧ୍ୟ ନାହିଁ ନଥିବା ଭିଡ ଲାଗି ରହିଛି। ଏକ କିଲୋ ଜାଗାରେ ଲୋକମାନେ ଏବେ ଚାରି ରୁ ଛଅ କିଲୋ ପରିବା ନେଇ ଯାଉଛନ୍ତି। ଆଉ ଏହାର ଫାଇଦା ଉଠାଉଛନ୍ତି ବ୍ୟବସାୟୀ ମାନେ। ଛତ୍ର ବଜାର ରେ ଆଳୁ ତିନି କିଲୋ କୁ ୧୫୦ ଟଙ୍କା ରେ ବିକ୍ରୀ ହେଉଛି। କୃଷକ ବଜାରର ଆଳୁ ଗୋଟେ କେଜି କୁ ୫୦ ଟଙ୍କା ରହିଛି। ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।
ତେବେ ଏହି ଘଟଣା ମଧ୍ୟ ବର୍ତ୍ତମାନ ସମୟରେ ଲୋକ ଲୋଚନକୁ ଆସିଛି। ସରକାରଙ୍କ ବାରମ୍ବାର ମନା କରିବା ପରେ ମଧ୍ୟ ଏଭଳି କିଛି ଘଟି ଯାଇଛି ଆଉ ଏହା ସବୁ ବଡ଼ ବଡ଼ ବ୍ୟବସାୟୀ ମାନେ ହିଁ କରିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ସମୟରେ ଏକ ବଡ଼ ଚିନ୍ତା ର ବିଷୟ ପାଲଟିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Advertisement