ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏବେ ତ ଆପଣମାନେ ନଦୀ ପାଣି ବଢ଼ିଯିବାର ଦେଖିଥିବେ । ଅନେକ ସ୍ଥାନରେ ପାଣି ଅନେକ ଆସିଲାଣି । ଆଉ କିଛି ସ୍ଥାନରେ ରାସ୍ତାରେ ପାଣି ଚାଲୁଛି ।
ଆପଣମାନେ ସମସ୍ତେ ତ ଜାଣିଥିବେ ଏହି ବଢ଼ି ପାଣିରେ ମାଛ ଆସିଥାଏ । ଆଉ ଲୋକମାନେ ମାଛ ଧରିବାକୁ ଯାଇଥାନ୍ତି । ଏବେ ସେହିପରି ମୟୂରଭଞ୍ଜ ଜିଲ୍ଲାର ଏକ ଅଞ୍ଚଳରେ ଏଭଳି ନଦୀ ବଢ଼ି ହୋଇଛି । ଆଉ ଲୋକମାନେ ମାଛ ଧରିବାକୁ ଯାଇଥିଲେ । ଗୋଟିଏ ପରିବାରରୁ ବାପା ଆଉ ପୁଅ ମିଶି ମାଛ ଧରିବାକୁ ଯାଇଥିଲେ । ଆଉ ସେଠାରେ ସେମାନେ ଜାଲ ପକାଇ ମାଛ ଧରିବା ବେଳେ ଏଭଳି କିଛି ଜିନିଷ ଜାଲରେ ଲାଗିଥିଲା ଯାହା ଦେଖି ସେମାନେ ଭୟଭୀତ ହୋଇ ଯାଇଥିଲେ । ଏହି ବାପା ପୁଅ ଏକ ବିରଳ ପ୍ରଜାତିର ମାଛ ଧରିଥିଲେ ।
ତାଙ୍କ ଜାଲରେ ଏଭଳି ଏକ ପ୍ରକାରର ମାଛ ଆସିଥିଲା ଯାହାର ଆକାର ବହୁତ ଛୋଟ । ଆଉ ଏହି ମାଛ ଶଙ୍ଖ ପରି ଦେଖାଯାଉଛି । ଏହି ମାଛର ଆଖି ପ୍ରଭୁ ଜଗନ୍ନାଥଙ୍କ ଆଖି ଭଳି ଲାଗୁଛି । ଆଉ ଏକ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଏହି ମାଛକୁ ଯଦି ଆପଣ ହାତରେ ଧରିବେ ଏହା ଫୁଲି ଯାଉଛି । ଏବେ ଏହି ମାଛକୁ ଦେଖିବା ପାଇଁ ସମସ୍ତେ ସେହି ସ୍ଥାନକୁ ଯାଉଛନ୍ତି । ସେହି ସ୍ଥାନୀୟ ଅଞ୍ଚଳରେ ଏହି ମାଛକୁ ନେଇ ଏବେ ଚର୍ଚ୍ଚା ହେଉଥିବା ବେଳେ ଏହି ଘଟଣା ଏବେ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି । ସତରେ ଏହି ଘଟଣା ବହୁତ ବିଚିତ୍ର ଭଳି ଲାଗୁଛି ।
ଏଭଳି ବିରଳ ମାଛ ଆଗରୁ ଆପଣମାନେ କେହି ଦେଖିନଥିବେ । ଏବେ ଏହି ମାଛ ଧରାଳିଙ୍କ ଘରେ ଲୋକମାନଙ୍କର ଭିଡ ଲାଗିଛି । ଏହି ଘଟଣା ଅର୍ଥାତ୍ ଏହି ବିରଳ ମାଛ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ପଞ୍ଚା ପଞ୍ଚାୟତ ପାଳୁଦାଶପଟା ଗ୍ରାମରେ । ଏହି ଗାଁର ବିଶିକିସନ ବାରିକ ଏବଂ ତାଙ୍କ ପୁଅ ଏହି ମାଛ ଧରିଛନ୍ତି । ଏହି ମାଛ ପ୍ରଭୁ ଜଗନ୍ନାଥଙ୍କ ଭଳି ଦେଖାଯାଉଛି । ନାଘା ନଦୀରୁ ଏହି ମାଛ ମିଳିଛି ବୋଲି ମାଛ ଧରାଳି କହିଛନ୍ତି । ଆପଣମାନେ ଏହି ଭିଡିଓରେ ଏହି ମାଛ ଦେଖିପାରିବେ । ଏହି ମାଛକୁ ହାତରେ ଧରିଲେ ସେ ଫୁଲି ଯାଉଛି ଆଉ ମଝିରେ ମଝିରେ ଚିଁ ଚିଁ ଶବ୍ଦ କରୁଛି ।