Jun 25, 2024, 18:19 IST

ପୋଲିସ ଆଗରେ ସାପଠୁ ଚୋଟ ଖାଇଲେ ବ୍ୟକ୍ତି ଦେଖନ୍ତୁ ଚାହୁଁ ଚାହୁଁ କଣ ହୋଇଗଲା ଏମିତି

Vb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bb
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ଥାନା ଆଗରେ ବିଷଧର ନାଗସାପକୁ କାଢି ପୋଲିସଙ୍କୁ ଦେଖାଉଥିବା ସମୟରେ ସାପ ଧରାଳିଙ୍କ ଜୀବନ ଚାଲିଯାଇଥିଲା। ବିଷଧର ନାଗସାପ କାମୁଡାରେ ସାପ ଧରାଳିଙ୍କର ଜୀବନ ଚାଲି ଯାଇଛି। ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୂର୍ ଜିଲ୍ଲା ବିରମହାରାଜପୂର୍ ଥାନା ପରିସରରେ। 
Gh
ସାପ ଧରାଳି ଜାରରୁ କାଢି ସମସ୍ତଙ୍କୁ ସାପଟିକୁ ଦେଖୁଥିବା ବେଳେ ସାପଟି ମାରିଥିଲା ଚୋଟ। ସୂଚନା ଅନୁସାରେ ଚମ୍ପାମଳ ଗାଁରୁ ଜଣଙ୍କୁ ଘରୁ ଏକ ସାପ ବାହାରିଥିବା ବେଳେ ସାପ ଧରିବା ପାଇଁ ମେଣ୍ଡାମାଳ ଗାଁ'ର ଗୌରବଙ୍କୁ ଡ଼କାଇଥିଲେ। ଆଉ ଗୌରବ ସେଠାକୁ ଯାଇ ଏକ ପ୍ଲାଷ୍ଟିକ୍ ଜାରରେ ଧରି କୌଣସି କାମରେ ବିରମହାରାଜପୂର୍ ଥାନାକୁ ଆସିଥିଲେ। ତେବେ ଥାନାର ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କ ଆଗରେ ସାପକୁ ଜାରରୁ ବାହାର କରି ଦେଖାଇଥିଲେ। 
ସାପଟିକୁ ଦେଖାଇ ସାରି ପୁଣି ଜାରରେ ଭର୍ତ୍ତି କରିବା ସମୟରେ ଗୌରବଙ୍କ ହାତକୁ ଚୋଟ ମାରିଥିଲା ବିଷଧର ନାଗସାପ। ଗୌରବଙ୍କୁ ସଙ୍ଗେ ସଙ୍ଗେ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଆଉ ସେଠାରେ ଚିକିତ୍ସିତ ହେଉଥିବା ସମୟରେ ବାନ୍ତି ମଧ୍ୟ କରିଥିଲେ। ଆଉ ତାଙ୍କର ଚିକିତ୍ସା ମଧ୍ୟ ହେଉଥିଲା କିନ୍ତୁ ଶେଷରେ ତାଙ୍କର ମୃ-ତ୍ୟୁ ହେଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃ-ତ ବୋଲି ଘୋଷଣା କରିଥିଲେ।

Advertisement