Aug 2, 2024, 18:16 IST

୬ ଜିଲ୍ଲାକୁ ମାଡ଼ି ଆସୁଛି ବିପଦ ଦେଖନ୍ତୁ ମାଡ଼ି ଆସିବ ପ୍ରବଳ ପାଣି

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଣିପାଗକୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ । ଏବେ ପଛକୁ ପଛ ମାଡ଼ି ଆସିଲାଣି ଲଘୁଚାପ ଆଉ ଏବେ ଏହା ଚିନ୍ତା ବଢ଼ାଉଛି । 
Hb
ଆଜିଠୁ ବର୍ଷାର ପରିମାଣ ବଢିବ ଆଉ ଏହା ଜମା ଛାଡ଼ିବ ନାହିଁ । ତୁହା କୁ ତୁହା ବର୍ଷା ଆଉ ଏହି ବର୍ଷାରେ ୬ ଜିଲ୍ଲା ବୁଡି ଯିବ । ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଏବେ ବିଜୁଳି ଘଡଘଡି ସାଙ୍ଗକୁ ମୁଷଳ ଧାରାରେ ବର୍ଷା କାଚିବ ବୋଲି ଖବର ଆସିଛି । ଏବେ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି ଆଉ ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଆଉ ରାଜ୍ୟରେ ଅନେକ ଜିଲ୍ଲାରେ ଏହି ଲଘୁଚାପ ପ୍ରଭାବରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । 
Bb
ଏବେ ସାରା ଓଡ଼ିଶା ବୁଡି ଯିବ ଆଉ ସୁ ଶୁ ହୋଇ ପାଣି ମାଡି ଆସିଲାଣି । ଏବେ ଏହି ଲଘୁଚାପ ଯୋଗୁଁ ବର୍ଷା ହେବା ଦ୍ବାରା ହେଉଥିବା ଅସୁବିଧାକୁ ଆଖି ଆଗରେ ରଖି ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ କରିଛି ଆଉ ଘରୁ ନ ବାହାରିବାକୁ ମଧ୍ୟ କହିଛି । ଏବେ ତଳୁଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସେଠାରୁ ବାହାରି ଆସିବାକୁ କହିଥିବା ବେଳେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର କି ନଦୀ ଭିତରକୁ ଯିବାକୁ ମନା କରାଯାଇଛି । ସେପଟେ ସମୁଦ୍ର ଅଶାନ୍ତ ହୋଇ ଗର୍ଜନ କରୁଛି । ଆଉ କେତେବେଳେ ବି ପାଣି ମାଡ଼ି ଆସିପାରେ ।
ପାଣିପାଗ ବିଭାଗ ଏବଂ ଜିଲ୍ଲାପାଳ ଏନେଇ ସତର୍କ କରିଛନ୍ତି । ମେଘୁଆ ସାଙ୍ଗକୁ ବର୍ଷା ଆଗାମୀ ୩ ତାରିଖ ପର୍ଯ୍ୟନ୍ତ ହେବ ବୋଲି ସୂଚନା ମିଳିଛି । ଆସନ୍ତା ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, କେଉଁଝର, ମୟୂରଭଞ୍ଜରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ଦେବଗଡ଼ ଏବଂ ବରଗଡ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଏସଆରସି ସୂଚନା ଦେଇଛି ।

Advertisement