ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି ତଥ୍ୟ ପାଇବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆଜିକାଲି ଦୁନିଆରେ ଅନେକ ଲୋକ ଭଲ ପାଉଛନ୍ତି । ଆଉ ଅନେକ ଲୋକ ଭଲପାଇ ବିବାହ କରୁଛନ୍ତି ତ ଆଉ କେହି କେହି ଭଲପାଇ ଧୋକା ପାଉଛନ୍ତି । ଭଲପାଇ ଧୋକା ପାଇବା ପରେ ଏଭଳି କାମ କରୁଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏବେ ଭୁବନେଶ୍ୱର ସହରରେ ଏହି ପ୍ରେମକୁ ନେଇ କିଛି ତଥ୍ୟ ମିଳିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରେମ ପାଇଁ ଯେତିକି ଜଣ ଜୀବନ ହାରିଲେଣି ତାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବା ସହ ଅନେକ କଥା ମନରେ ଆସିବ । ପ୍ରେମ କରି ଅନେକ ଲୋକ ଜୀବନ ହାରି ଦେଇଛନ୍ତି । ପ୍ରେମ କରି ଭୁବନେଶ୍ୱର ସହରରେ ୨୫୩ ଜଣ ନିଜର ଜୀବନ ହାରି ଦେଇଛନ୍ତି । ପ୍ରେମରେ ଧୋକା ପାଇବା ପରେ ୨୫୩ ଜଣ ନିଜ ହାତରେ ନିଜ ଜୀବନ ପ୍ରେମ ପାଇଁ ହାରି ଦେଇଛନ୍ତି । ଏହି ଘଟଣା କିଛି ବର୍ଷର ନୁହେଁ ଏହା ଏହି ୨୦୨୪ ମସିହାର ।
୨୦୨୪ ମସିହାର ଅଧା ବର୍ଷ ହୋଇନାହିଁ ୨୫୩ ଜଣ ପ୍ରେମରେ ଧୋକା ପାଇ ମୃତ୍ୟୁବରଣ କରି ସାରିଲେଣି । ମନରେ ଅନେକ ଆଶା ଆଉ ଅନେକ ବିଶ୍ବାସ ରଖି ଗାଁ ରୁ ରାଜଧାନୀକୁ ଆସିଥାନ୍ତି । ଆଉ ରାଜଧାନୀରେ ନିଜର ଉଜ୍ବଳ ଭବିଷ୍ୟତ ଗଢ଼ିବା ପାଇଁ ଆସିଥାନ୍ତି କିନ୍ତୁ ସେମାନେ ସେଠାରେ ପ୍ରେମ କରି ସବୁ କିଛି ଭୁଲି ଯାନ୍ତି । ପ୍ରେମ ପାଇଁ ଝିଅଙ୍କ ଅପେକ୍ଷା ପୁଅମାନେ ଅଧିକ ନିଜ ଜୀବନ ହାରିଛନ୍ତି । ପ୍ରେମରେ ଧୋକା ୨୫୩ ଜଣଙ୍କ ଜୀବନ ନେଲାଣି । ପୋଲିସ ତଥ୍ୟ ଅନୁସାରେ ୨୦୨୩ ମସିହାରେ ୭୯ ଜଣ ପ୍ରେମରେ ଧୋକା ପାଇ ଜୀବନ ହାରିଥିବା ବେଳେ ୨୦୨୪ ମସିହାରେ ଏହା ବହୁତ ଅଧିକ ।
କ୍ୟାପିଟାଲ ଥାନା ଅଞ୍ଚଳରେ ୯ ଜଣ ଜୀବନ ହାରିଥିବା ବେଳେ ଖାରବେଳ ନଗର ଥାନା ଅଞ୍ଚଳରେ ୧୧ ଜଣ, ଧଉଳି ଥାନା ୩ ଜଣ, ଭରତପୁର ଥାନା ଅଞ୍ଚଳରେ ୭ ଜଣ, ଖଣ୍ଡଗିରି ଥାନା ଅଞ୍ଚଳରେ୩୯ ଜଣ ଜୀବନ ହାରି ଦେଇଛନ୍ତି । ଏହାସହ ଲିଙ୍ଗରାଜ ଥାନା ଅଂଚଳରେ ୧୦ ଜଣ, ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ୯ ଜଣ , ମଞ୍ଚେଶ୍ୱର୍ ଥାନା ଅଂଚଳରେ ୩୯ ଜଣ, ଏଭଳି ଅନେକ ଥାନାରେ ଜୀବନ ହାରିଥିବା କଥା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଏହିସବୁ ମୃତ୍ୟୁର କାରଣ ମୋବାଇଲ୍ ବୋଲି ଜଣାପଡିଛି । ଏବେ ମୋବାଇଲ୍ ପାଇ ପିଲାମାନେ ପରିବାରଙ୍କ ସହିତ ସମୟ ବିତାଉ ନାହାଁନ୍ତି କି ନିଜ ଦୁଃଖ କଥା କାହାକୁ କହୁ ନାହାଁନ୍ତି ଆଉ ସେଥିପାଇଁ ଏଭଳି ଘଟଣା ଘଟୁଛି ।