ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ୨୦୦୦ ଟଙ୍କିଆ ନୋଟକୁ ନେଇ ଆସିଲା ବଡ ଅପଡେଟ। ବଡ଼ ଖୁଲାସା କଲେ ସରକାର। ଭାରତୀୟ ରିଜର୍ଭ ବ୍ୟାଙ୍କ ମେ ୧୯ ତାରିଖ ୨୦୨୩ରେ ଅଚାନକ ଭାବେ ୨୦୦୦ ଟଙ୍କିଆ ନୋଟ୍ ସର୍କୁଲେସନ୍ ବନ୍ଦ ନେଇ ଘୋଷଣା କରିଥିଲା।
ବର୍ତ୍ତମାନ ରାଜ୍ୟ ସଭାରେ ୨୦୦୦ ଟଙ୍କିଆ ନୋଟର ପ୍ରିଣ୍ଟିଂ ଆଉ ତାକୁ ନନଷ୍ଟପ୍ କରାଯିବା ନେଇ କେତେ ଖର୍ଚ୍ଚ ହେଇଥିଲା ସେ ନେଇ ସରକାରଙ୍କୁ ପ୍ରଶ୍ନ କରାଯାଇଛି। ଏହାର ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଜୁଲାଇ ୨୦୧୬ରୁ ଜୁନ ୨୦୧୭, ଜୁଲାଇ ୨୦୧୭ରୁ ଜୁନ ୨୦୧୮ ମଧ୍ୟରେ ସମସ୍ତ ଡିନାମିନେସନ୍ ନୋଟସ ପ୍ରିଣ୍ଟିଂରେ ୧୨ ହଜାର ୮୭୭ କୋଟି ଖର୍ଚ୍ଚ ଆସିଥିଲା। କିନ୍ତୁ ନିର୍ମଳା ସୀତାରମଣ କହିଛନ୍ତି ୨୦୦୦ ଟଙ୍କିଆ ନୋଟକୁ ଫେରାଇ ନେବାରେ ଯେଉଁ ପ୍ରକ୍ରିୟା ଆସିଥିଲା ତାକୁ ଭିନ୍ନ ଭାବରେ କାଲକୁଲେଟ କରାଯାଏ ନାହିଁ।
ନିର୍ମଳା କହିଥିଲେ ଯେ, ନାରମାଲ୍ କରେନ୍ସି ମ୍ୟାନେଜମେଣ୍ଟ ଅପରେସନ ଭାବରେ ୨୦୦୦ ଟଙ୍କିଆ ନୋଟ ଫେରାଇ ନେବା ପ୍ରକ୍ରିୟା ଜାରି ରହିଛି। ଡିନାମିନେସନ ନୋଟ୍ସ ନାଗରିକଙ୍କ ଆବଶ୍ୟକତା ପୁରା କରିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ରହିଛି ଉପଲବ୍ଧ। ସେପଟେ ଆରବିଆଇ କହିଛି କି, "୨୦୦୦ ଟଙ୍କିଆ ନୋଟର ୯୭.୯୨ ପ୍ରତିଶତ ନୋଟ ବ୍ୟାକିଂ ସିଷ୍ଟମକୁ ଫେରିଛି। ଆଉ ଫେରାଇ ଆଣିଥିବା ନୋଟରେ କେବଳ ୭୪୦୯ କୋଟି ମୂଲ୍ୟର ନୋଟ ଏବେବି ଲୋକଙ୍କ ପାଖରେ ଅଛି।