ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଦୁଃଖ କରିବେ।ବାହାଘରର ୯ ବର୍ଷ ପରେ କେତେ ଦିଅଁ ଦେବତା ପୂଜି ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।କିନ୍ତୁ ଏବେ ଆଖିରେ ବୋହି ଯାଉଛି ଧାର ଧାର ଲୁହ।କଷ୍ଟ କାହାକୁ କହି ହେଉଛି ନା ସହି ହେଉଛି। କ୍ୟାନ୍ସର ପୀଡ଼ିତ ପୁଅକୁ ଧରି ଏ ହସ୍ପିଟାଲ ରୁ ସେ ହସ୍ପିଟାଲ କୁ ଦୌଡୁଛନ୍ତି ବାପା ମା।ଏହି ବାପା ମା ଙ୍କ ପାଇଁ ନିରୀହ ନିସ୍ପାପ ଶିଶୁ ଟି ଆଶା ର ଆଲୋକ।
ଯିଏ ଯାହା କହୁଛି କହୁ,ଯେତେ କଷ୍ଟ ହେଉଛି ହେଉ ହେଲେ ପୁଅର ଜୀବନ ବଞ୍ଚି ଯାଉ।ଏଭଳି ଆକୁଳ ନିବେଦନ କରିଛନ୍ତି କଟକ ଜିଲ୍ଲାର କଲ୍ୟାଣ ପୁର ଗ୍ରାମର ଦିନ ମଜୁରିଆ ଦମ୍ପତି ଆକୁଲି ଓ ମମତା ପରିଡ଼ା।ବିବାହର ୯ ବର୍ଷ ପରେ ଏମାନଙ୍କ କୋଳକୁ ଆସିଥିବା ଖିତିସ ପଲେଇ ଏବେ କ୍ୟାନ୍ସର ସହିତ ଲଢ଼ୁଛି। ମାସେ କି ବର୍ଷେ ନୁହେଁ ତିନି ବର୍ଷ ହେବ ପୁଅକୁ ଧରି ଏ ଡାକ୍ତରଖାନା ରୁ ସେ ଡାକ୍ତରଖାନା କୁ ଘୁରି ବୁଲୁଛନ୍ତି।
ଡାକ୍ତର କହୁଛନ୍ତି ପିଲାଟିକୁ ରକ୍ତ କର୍କଟ ହୋଇଛି।ତେଣୁ ଚିକିତ୍ସା କରିବା ନିହାତି ଜରୁରୀ।ବିଜୁ ସ୍ବାସ୍ଥ୍ୟ କାର୍ଡ ରେ ଆଉ ପଇସା ନଥିବାରୁ ଘରୋଇ ହସ୍ପିଟାଲ ଦୁଇ ଦିନ ତଳେ ପୁଅକୁ ଫେରାଇ ଦେଇଛି।କଟକ ର ଡାକ୍ତର କହୁଛନ୍ତି ଯେ ବମ୍ବେ ରେ ଚିକିତ୍ସା ହୋଇପାରିବ।କିନ୍ତୁ ବାପା ମା ଙ୍କ ପାଖରେ ଅର୍ଥ ନାହିଁ।ଘରର ସମସ୍ତ ଆସବାବପତ୍ର,ଅଳଙ୍କାର,ଛେଳି ଓ ଗାଈ ଗୋରୁ ଯାହା ଥିଲା ସବୁ ବିକ୍ରି କରି ପୁଅର ଚିକିତ୍ସା କରି ସାରିଲେଣି।
ପିଲାଟିର ଚିକିତ୍ସା ପାଇଁ ୨୦ ଲକ୍ଷ ରୁ ଅଧିକ ଅର୍ଥ ଦରକାର।ସାମାଜିକ ଅନୁଷ୍ଠାନ,ସରକାରୀ ଏବଂ ବେସରକାରୀ ସଂସ୍ଥା ରୁ ସହାୟତା ମିଳିଲେ ଛୋଟ ପିଲାଟିର ଜୀବନ ରକ୍ଷା ହୋଇ ପାରନ୍ତା।ଏହି ଖବରଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।